ଅନ୍ୟାନ୍ୟ

ସହିଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

By Biswaranjan Pattnaik

November 07, 2026

ଅନୁଗୋଳ: ସହିଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶତବାର୍ଷିକୀ ପାଳନ ସମିତି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବାଜି ରାଉତ ଛାତ୍ରାବାସ ପରିସରସ୍ଥିତ ଶାନ୍ତି ମନ୍ଦିରଠାରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ଶିଶୁ ଦିବସ ଅବସରରେ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମକୁ ଲିପିକା ମହାପାତ୍ର, ସାରଣ ପ୍ରିୟଦର୍ଶିନୀ, ଅନିରୁଦ୍ଧ ନାୟକ, ଛୋଟରାୟ ମାଝୀ, ଶଙ୍କର ବେହେରା, ସୁଜାତା ପ୍ରୀତି ନନ୍ଦା ଓ ଆଦ୍ୟଶ୍ଳୋକ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।