ଅନ୍ୟାନ୍ୟ

ବଲଙ୍ଗ ପଞ୍ଚାୟତ ଗସ୍ତ କରି ଗାଁ ଲୋକଙ୍କ ପାନୀୟ ଜଳ ସମସ୍ୟା ବୁଝିଲେ ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ

By Angul TV Bureau

March 11, 2023

ଅନୁଗୁଳ: ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ ଶୁକ୍ରବାର ଅନୁଗୁଳ ନିର୍ବାଚନ ମଣ୍ଡଳୀର ଅନୁଗୁଳ ବ୍ଲକର ବଲଙ୍ଗ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ବଲଙ୍ଗ ସରପଞ୍ଚଙ୍କ ଉପସ୍ଥିତିରେ ସେ ବଲଙ୍ଗ ପଞ୍ଚାୟତର ବିଭିନ୍ନ ଗାଁରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ଓ ସୋଲାର ପାନୀୟ ଜଳ ପ୍ରକଳ୍ପଗୁଡିକୁ ବୁଲି ଦେଖିବା ସହିତ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ଗସ୍ତ ବେଳେ ସେ ବଲଙ୍ଗର ଗୋଠମାଳ ସାହିରେ ଅସମ୍ପୂର୍ଣ୍ଣ ହୋଇ ପଡିଥିବା ବସୁଧା ପ୍ରକଳ୍ପକୁ ବୁଲି ସମୀକ୍ଷା କରିଥିଲେ। ପରେ ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ବସୁଧାର ଉପଦେଷ୍ଟା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।