ଅନ୍ୟାନ୍ୟ

ପନିପରିବା ଚାଷ ତାଲିମ୍ ଶିବିର ଆୟୋଜିତ, ଯୋଗ ଦେଲେ ୧୫୦ ଚାଷୀ

By Angul TV Bureau

December 07, 2022

ଆଠମଲ୍ଲିକ: ସ୍ଥାନୀୟ ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳର ବାସୁଦେବପୁର ପଞ୍ଚାୟତରେ ପନିପରିବା ଚାଷ ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ଏହି ତାଲିମ ଶିବିରରେ ନିକଟସ୍ଥ ବନ ସୁରକ୍ଷା ସମିତିମାନଙ୍କ ମଧ୍ୟରୁ ଆଗ୍ରହୀ ଚାଷୀମାନେ ଯୋଗ ଦେଇଥିଲେ। ଶିବିରରେ ୯୦ ଜଣ ମହିଳା ଓ ୬୦ ଜଣ ପୁରୁଷ ଚାଷୀ ଯୋଗ ଦେଇଥିଲେ।

ଶିବିରରେ ଆଠମଲ୍ଲିକ ଉଦ୍ୟାନ ବିଭାଗ ଅଧିକାରୀ ବିଜୟାନନ୍ଦ ମହାକୁଡ଼, କିଶୋରନଗର ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ସ୍ୱରାଜ୍ୟ ଲକ୍ଷ୍ମୀ ନାୟକ, ସରପଞ୍ଚ କଳ୍ପନା ଡାଙ୍ଗ, ନାଏବ ସରପଞ୍ଚ ଝରିଆ ପ୍ରଧାନ ଉପସ୍ଥିତ ଥିଲେ। ପୂର୍ବରୁ ମାଧପୁର ପଞ୍ଚାୟତ, କିଆକଟା ପଞ୍ଚାୟତ, କନ୍ଧପଡା ପଞ୍ଚାୟତ, ଘୋରାଟୋପା ଅଙ୍ଗନବାଡି ଓ ବାସୁଦେବପୁର ପଞ୍ଚାୟତରେ ପନିପରିବା ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା।

ଆଜିର ଶିବିରରେ ମାଧପୁର କ୍ଷେତ୍ରସଂଯୋଜକ ଦେବାନନ୍ଦ ନାୟକ ଓ ତନୁଶ୍ରୀ ବଘାର, ସହଯୋଗୀ ସଂସ୍ଥା ବିଶ୍ୱ ଯୁବ କେନ୍ଦ୍ରର ଦଳପତି ଅମରେଶ ପ୍ରସାଦ ଦାସ, ବିକାଶ ଅଧିକାରୀ ଶ୍ଵେତାମ୍ବର ମଲ୍ଲିକ ଓ କୁମୁଦିନୀ ପାଣି ସହଯୋଗ କରିଥିଲେ।