ମୁଖ୍ୟ ଖବର

ଅନୁଗୁଳରେ ଭେଣ୍ଡର୍ ମୋବିଲାଇଜେସନ୍ ଡ୍ରାଇଭ୍ ଆୟୋଜିତ

By Angul TV Bureau

December 20, 2025

ଅନୁଗୁଳ: ରାମ୍ପ (Raising and Accelerating MSME Performance/ RAMP) କାର୍ଯ୍ୟକ୍ରମ ଅଧୀନରେ ଏକ ଭେଣ୍ଡର୍ ମୋବିଲାଇଜେସନ୍ ଡ୍ରାଇଭ୍ ଆଜି ଅନୁଗୁଳ ଜିଲ୍ଲାରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମଟି ରପ୍ତାନି ଏବଂ ବାଣିଜ୍ୟ ନିର୍ଦ୍ଦେଶାଳୟ (DEPM), ଓଡ଼ିଶା ଦ୍ୱାରା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ପ୍ରୀତିମୟ ଯୋଗଦେଇ RAMP କାର୍ଯ୍ୟକ୍ରମ ଦ୍ୱାରା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନଙ୍କର ବଜାର ପ୍ରବେଶ ଓ ସାମଗ୍ରିକ କାର୍ଯ୍ୟଦକ୍ଷତା ବୃଦ୍ଧି ବିଷୟରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଶିବାଶିଷ କାନୁନଗୋ ସ୍ୱାଗତ ଭାଷଣ ପ୍ରଦାନ କରି ଜିଲ୍ଲାସ୍ତରରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନଙ୍କ ପାଇଁ ସହାୟତା ଓ କ୍ଷମତା ବୃଦ୍ଧିର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ସେହିପରି କୃଷି ରପ୍ତାନିରେ କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥର ଭୂମିକା ଉପରେ ବିସ୍ତୃତ ସୂଚନା ଦେଇଥିଲେ APEDA ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ। ଏହା ପରେ ଉଲ୍ଟ୍ରା ଲଜିଷ୍ଟିକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ପ୍ରଧାନ ବାଣିଜ୍ୟ ପ୍ରଯୁକ୍ତି ଓ ରପ୍ତାନି ବିଷୟରେ ବିସ୍ତୃତ ପ୍ରସ୍ତୁତି ଦେଇଥିଲେ। DEPMର ସହାୟକ ନିର୍ଦ୍ଦେଶକ ଜିତମିତ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।