ମୁଖ୍ୟ ଖବର

ତାଳଚେର ଗସ୍ତରେ ବରିଷ୍ଠ ନେତା ବିଜୟ ମହାପାତ୍ର, ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ

By Angul TV Bureau

March 01, 2025

ଅନୁଗୁଳ: ତାଳଚେର ଗସ୍ତରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ଗତକାଲି ଶ୍ରୀ ମହାପାତ୍ର ଏଠାରେ ପହଞ୍ଚି ଏକ ତାରକା ହୋଟେଲରେ ରାତ୍ରିଯାପନ କରିଥିଲେ। ଆଜି ପ୍ରଥମେ ସେ ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ସାମ୍ବାଦିକଙ୍କୁ ଭେଟି କହିଥିଲେ ଯେ ଓଡ଼ିଶାରେ ଅଦ୍ଭୂତପୂର୍ବ ଅବସ୍ଥା ସୃଷ୍ଟି ହୋଇଛି, ଯାହା ଅତ୍ୟନ୍ତ ଚିନ୍ତାର କାରଣ। ଓଡ଼ିଶାର ରାଜନୈତିକ ପାଣିପାଗ ଭଲ ନାହିଁ। ରାଜ୍ୟରେ ଅସ୍ଥିରତାର ବାତାବରଣ ଦେଖାଦେଇଛି। ଅସ୍ଥିରତା ଓ ଅନିଶ୍ଚିତତା ମଧ୍ୟରେ ଓଡ଼ିଶାବାସୀ ଅଛନ୍ତି। ଭବିଷ୍ୟତରେ କ’ଣ ହେବ କହି ହେବ ନାହିଁ। ଆଗକୁ କ’ଣ ହେବ ରାଜ୍ୟ ସରକାର ମଧ୍ୟ କହି ପାରିବେ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।ଗସ୍ତ ବେଳେ ପୂର୍ବତନ ସାଂସଦ ରବି ପାଣିଙ୍କ ସମେତ ତାଙ୍କର ପୁରୁଣା ଶୁଭେଚ୍ଛୁ ଓ ସହଯୋଗୀ ଉପସ୍ଥିତ ଥିଲେ।