ଅନୁଗୁଳ: ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ସହିଦ ସ୍ମୃତି କମିଟି ପକ୍ଷରୁ ଷ୍ଟାଡିୟମ୍ ମୁଖ୍ୟ ଦ୍ଵାର ସମ୍ମୁଖରେ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି। କମିଟି ପକ୍ଷରୁ ପର୍ଶୁରାମ ଦାଶ,ପ୍ରତାପ କୁମାର ମହାପାତ୍ର, ଆଦ୍ୟଶ୍ଳୋକ ମିଶ୍ର, ବ୍ରହ୍ମଜ୍ୟୋତି ମିଶ୍ର,ସୂର୍ଯ୍ୟ ନାରାୟଣ ନାଥ ଆଦି ଏହାକୁ କାର୍ଯ୍ୟକାରୀ କରାଇଥିଲେ। ବର୍ଷା ଯୋଗୁଁ ବହୁ ବିଳମ୍ବରେ ପହଞ୍ଚି ବାରୁ ମୁଖ୍ୟମନ୍ତ୍ରୀ ସହିଦ ସ୍ତମ୍ଭ ନିକଟକୁ ଆସିପାରି ନଥିଲେ କିନ୍ତୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆସି ସ୍ତମ୍ଭରେ ପୁଷ୍ପ ମାଲ୍ୟ ଦେଇ ପହେଲଗାଁଓରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ପର୍ଯ୍ୟଟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାଛଡା ଶତାଧିକ ଦର୍ଶକ ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଦେବା ସହ ଫଟୋ ଉଠାଉ ଥିବା ଦେଖିବାକୁ ମିଳିଥିଲା ।