ଅନୁଗୁଳ: ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ସ୍ବାସ୍ଥ୍ୟ କର୍ମୀଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତା ଏକ ରାଲି ଅନୁଷ୍ଠିତ ହୋଇଛି।
ଏହି ରାଲିକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଶିବାନନ୍ଦ ମହାନ୍ତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ବାହାରି ରାଜା ଛକ, ଡିଆଇସି ଛକ, ହେମସୁରପଡା ଦୁର୍ଗାମଣ୍ଡପ ଛକ,ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପହଞ୍ଚିଥିଲା। ରାଲିରେ ସ୍ବାସ୍ଥ୍ୟ କର୍ମୀମାନେ ଦୁର୍ନୀତି ନିବାରଣ ବିଭିନ୍ନ ପ୍ଲା-କାର୍ଡ ପ୍ରଦର୍ଶନ ସହ ସ୍ଲୋଗାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଭିଜିଲିନାସ୍ ଡି ଏସ୍ ପି ପ୍ରଦୀପ କୁମାର ସାମଲ, ଭିଜିଲିନାସ୍ ଇନିସ୍ପେକ୍ଟର ଉର୍ମିଳା ଲାକ୍ରା, ଭିଜିଲିନାସ୍ ଏ ଏସ୍ ଆଇ ରୁଦ୍ର ନାରାୟଣ ବିଶ୍ବାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନ ସଞ୍ଚାର ଅଧିକାରୀ ଭରତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।