ଅନ୍ୟାନ୍ୟ

ନାଲକୋରେ ଭିଜିଲାନ୍ସ ସତର୍କତା ସେମିନାର ଆୟୋଜିତ

By Angul TV Bureau

November 09, 2024

ଅନୁଗୁଳ: ଅନୁଗୁଳ ସ୍ଥିତ ନାଲକୋ ସ୍ମେଲଟର ଓ ପାୱାର କମପ୍ଲେକ୍ସରେ ଭିଜିଲାନ୍ସ ସତର୍କତା ସପ୍ତାହ ପାଳିତ ହୋଇଛି। ଏ ଅବସରରେ ଏକ ସେମିନାର ଆୟୋଜିତ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଏସ ଆଣ୍ଡ ପି କମପ୍ଲେକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନ୍ ସୁବ୍ରମନ୍ୟମ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଥିଲେ। ମୁଖ୍ୟବକ୍ତା ରୂପେ ଜେଭିୟାର ମ୍ୟାନେଜମେଣ୍ଟ ଅନୁଷ୍ଠାନରୁ ପ୍ରଫେସର ଅରିଜିତ ମିତ୍ରା ଅଂଶଗ୍ରହଣ କରି ଭିଜିଲାନ୍ସ ସମ୍ପର୍କରେ ତାଙ୍କର ଅନୁଭୂତି ବଖାଣି ଥିଲେ।

ଏ ଅବସରରେ ଭିଜିଲାନ୍ସର ଆବଶ୍ୟକତା, ଉପାଦେୟତା ଓ ଏ ବର୍ଷର ଶୀର୍ଷକ ‘କଲଚର ଓଫ ଇଣ୍ଟେଗ୍ରୀଟି ଫର ନେସନସ ପୋସ୍ପେରିଟି’ ସମ୍ପର୍କରେ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଜିଏମ (ପ୍ରଶାସନ ଓ ମାନବ ସମ୍ବଳ) ଶୁଭେନ୍ଦୁ ନାୟକ, ଜିଜିଏମ(ସିପିପି) ଅମରେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।