ଭୁବନେଶ୍ବର: ଆଉ ଗାଡ଼ି ଚଳାଇପାରିବେନି ନାବାଳକ। ଏହାକୁ ନେଇ ଆଜିଠୁ ଆରମ୍ଭ ହୋଇଛି ଜୋରଦାର ଚେକିଂ। ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭରେ ସମସ୍ତ ଗାଡି ଓ ଏହାର ଚାଳକଙ୍କୁ ଚେକିଂ କରାଯିବ। ଖାସ କରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କହିଛନ୍ତି। ଚେକିଂ ବେଳେ ଯଦି ନାବାଳକ ଧରା ପଡ଼ନ୍ତି ତେବେ ତାଙ୍କ ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ଏଫଆଇଆର ରୁଜ୍ଜୁ ହେବା ବୋଲି ଏସଟିଏ ସୂଚନା ଦେଇଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଚେକିଂ କଡ଼ାକଡ଼ି କରାଯାଇଛି। ସନ୍ଦେହ ହେଉଥିବା ଗାଡ଼ିକୁ ରାସ୍ତାରେ ଅଟକାଇ ଏସଟିଏ ଅଧିକାରୀ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ଏଥି ସହ ଆଧାର କାର୍ଡ, ଗାଡି ଲାଇସେନ୍ସ ଓ ଅନ୍ୟ କାଗଜପତ୍ର ପରଖୁଥିବା ଦେଖିବାକୁ ମିଳିଛି।