ଅନୁଗୁଳ: ବିଜୟ ମର୍ଚାଣ୍ଟ ଟ୍ରଫିର ଓଡିଶା ଓ ହରିୟାନା ମଧ୍ୟରେ ଚାଲିଥିବା ମ୍ୟାଚ ଡ୍ର’ ରହିଛି। ହରିୟାନା ପ୍ରଥମ ଇନିଂସରେ ୧୯୨ ରନ କରିଥିବା ବେଳେ ଏହାର ଜବାବରେ ଓଡିଶା ଦଳ ୨୮୯ ରନ କରିଥିଲେ। ହରିୟାନା ଦ୍ଵିତୀୟ ଇନିଂସରେ ସାତ ଉଈକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା। ଓଡିଶା ପକ୍ଷରୁ ଖେଳୁଥିବା ଅନୁଗୁଳ ଖେଳାଳୀ ସୌମ୍ୟ ରଞ୍ଜନ ସିଂହ ଦ୍ଵିତୀୟ ଇନିଂସରେ ୩୦ ରନ ଦେଇ ତିନୋଟି ଉଇକେଟ ନେଇଥିଲେ। ଓଡ଼ିଶାର ଅନ୍ୟତମ ବୋଲର ରାଜ ଯାଦବ ୫୫ ରନ ଦେଇ ତିନୋଟି ଉଇକେଟ ନେଇ ସୋମ୍ୟଙ୍କୁ ଭଲ ସହଯୋଗ ଦେଇଥିଲେ।