କ୍ରୀଡ଼ା

ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗବଲଣ୍ଡା ୧-୦ ରେ ଖମାରକୁ ହରାଇଲା

By Biswaranjan Pattnaik

February 02, 2026

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗର ଆଜିର ମ୍ୟାଚ କଳିଙ୍ଗ କ୍ଲବ ବଲଣ୍ଡା ବନାମ ଖମାର-ବଗେଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ବଲଣ୍ଡା ୧-୦ ଗୋଲରେ ଖମାର କୁ ପରାସ୍ତ କରିଥିଲା। ଖେଳ ପରିଚାଳନା କରିଥିଲେ ମନୋଜ ଦାସ।

ଆଜି ଅତିଥି ରୂପେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଏବଂ ଯୁବ ସମାଜସେବୀ ସୌମ୍ୟ ରଂଜନ ସାହୁ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ସଂଘର କର୍ମକର୍ତ୍ତା ସହଯୋଗ କରିଥିଲେ। ମଙ୍ଗଳବାର ପତାକା, ଆଠମଲ୍ଲିକ ବନାମ କୁଇଓ ଏବଂ ବଳରାମ ପ୍ରସାଦ ବନାମ କାଇଁଶିରିପାଲି-ପାଲଲହଡ଼ା ମଧ୍ୟରେ ଅନୁଷ୍ଠିତ ହେବ।