ଅନ୍ୟାନ୍ୟ

ବିନା ଫଳକରେ ନିର୍ମାଣ ହେଉଛି ସରକାରୀ ଗୃହ, ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ

By Angul TV Bureau

April 29, 2022

ଛେଣ୍ତିପଦା: ସ୍ଥାନୀୟ ଛେଣ୍ତିପଦା ବ୍ଲକ୍ ବ୍ରାହ୍ମଣବିଲ ପଞ୍ଚାୟତରେ ସରକାରୀ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ବ୍ରାହ୍ମଣବିଲ ଗାଁରୁ ଟାକୁଆ ଯିବା ରାସ୍ତା ଖଜୁରିଖାଇ ମୌଜାରେ ଏକ ସରକାରୀ ଗୃହ ନିର୍ମାଣ କାର୍ଯ୍ୟ ପ୍ରାୟ ୫୦ ପ୍ରତିଶତ ସରିଥିବା ବେଳେ ଏହାର ଫଳକ ଲାଗିନାହିଁ। ଫଳରେ କେଉଁ କାର୍ଯ୍ୟ ପାଇଁ କେଉଁ ପାଣ୍ଠିରୁ କେତେ ଟଙ୍କା ବ୍ୟୟବରାଦ ହେଇଛି ଏବଂ କାମ କେବେ ଶେଷ ହେବ ସେ ନେଇ ସ୍ଥାନୀୟ ଲୋକ ଜାଣିପାରୁନାହାନ୍ତି।

ଏହି ସରକାରୀ ଗୃହ ନିର୍ମାଣ ସମ୍ପର୍କରେ ଜାଣିବାକୁ ଗତ ରବିବାର ଦିନ କିଛି ପଞ୍ଚାୟତବାସୀ ଫୋନ୍ ଯୋଗେ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ। ସୋମବାର ସୁଦ୍ଧା ଫଳକ ଲାଗିଯିବ ବୋଲି କନିଷ୍ଠ ଯନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଶୁକ୍ରବାର ହୋଇଥିଲେ ଫଳକ ଲାଗିନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଫଳକ ନ ଲାଗିବାରୁ ଦୁର୍ନୀତିର ଗନ୍ଧ ଆସୁଛି। ଯଦି ସରକାରୀ କାମ ବିନା ଫଳକରେ ହୁଏ ତେବେ ଆଗାମୀ ଦିନରେ ବ୍ରାହ୍ମଣବିଲ କେଳେଙ୍କାରୀର ଗନ୍ତାଘର ହେବ ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।