ମୁଖ୍ୟ ଖବର

ଦୁର୍ଗାପୁର ବାଇପାସ୍‌କୁ ନେଇ ଗ୍ରାମବାସୀଙ୍କ ଚିନ୍ତା: ବିକଳ୍ପ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି

By Angul TV Bureau

October 10, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଗ୍ରାମ ନିକଟରେ ପ୍ରସ୍ତାବିତ ବାଇପାସ୍‌ ରାସ୍ତା ନିର୍ମାଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗ୍ରାମବାସୀ। ଏନେଇ ଗ୍ରାମ୍ୟ କମିଟିର ଏକ ପ୍ରତିନିଧି ଦଳ ଗୁରୁବାର ଅନୁଗୋଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି।ଜରପଡ଼ା-ଛେଣ୍ଡିପଦା ରାସ୍ତାରେ ବର୍ତ୍ତମାନ ବହୁ ସଂଖ୍ୟାରେ ଭାରୀଯାନ, ବିଶେଷକରି କୋଇଲା ବୋଝେଇ ଟ୍ରକ୍‌ ଚଳାଚଳ କରୁଛି। ଆଗକୁ ଅଧିକ କୋଇଲା ଖଣି କାର୍ଯ୍ୟକ୍ଷମ ହେଲେ ଯାତାୟାତ ବଢ଼ିବା ସହ ଗ୍ରାମବାସୀଙ୍କ ସମସ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି।

ଅନ୍ୟପକ୍ଷରେ ଗ୍ରାମର ଗୋଟିଏ ପାର୍ଶ୍ୱରେ ରେଳ କରିଡର ପାଇଁ ଜମି ଚିହ୍ନଟ ହୋଇଥିବା ବେଳେ ଅନ୍ୟ ପାର୍ଶ୍ୱରେ ବାଇପାସ୍‌ ପ୍ରସ୍ତାବ ରହିଛି। ଏହାଦ୍ୱାରା ଚାଷଜମି, ପରିବେଶ ଓ ଗମନାଗମନ ପ୍ରଭାବିତ ହେବା ଆଶଙ୍କା କରିଛନ୍ତି ଗ୍ରାମବାସୀ। ତେଣୁ ରେଳ କରିଡର ସହିତ ଗୋଟିଏ ପାର୍ଶ୍ୱରେ ବାଇପାସ୍‌ ନିର୍ମାଣ କିମ୍ବା ଗ୍ରାମଠାରୁ ଦୂରରେ ରାସ୍ତା ନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।