ଅନ୍ୟାନ୍ୟ

ଏନ୍‌ଟିପିସି ପ୍ଲାଣ୍ଟରେ ପୁନଃ ନିଯୁକ୍ତି ପାଇଁ ଗ୍ରାମବାସୀଙ୍କ ଦାବି

By Biswaranjan Pattnaik

July 20, 2022

ଅନୁଗୁଳ: ଏନ୍‌ଟିପିସିର ବିଭିନ୍ନ ଠିକା ସଂସ୍ଥା ବା ଠିକାଦାରଙ୍କ ପାଖରେ କାର୍ଯ୍ୟ‌ କରୁଥିବା ୫୩ ଜଣ ଶ୍ରମିକ ଛଟେଇ ହେବା ପରେ ପୁନଃ ନିଯୁକ୍ତି ପାଇଁ ବୁଧବାର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି କି ଶ୍ରମିକ ଏକତା ମଞ୍ଚରେ ୮୭୫ଜଣ ଶ୍ରମିକ ଥିଲେ। ଟିଟିପିଏସ୍ ଏବଂ ଏନ୍‌ଟିପିସିର ବିଭିନ୍ନ ଠିକାଦାରଙ୍କ ପାଖରେ କାମ କରୁଥିଲେ । ଅକ୍ଟୋବର ୨୦୨୧ ରୁ ସେମାନଙ୍କୁ ହଠାତ୍ ଛଟେଇ କରାଗଲା। ଏବେ ଅନେକ ଶ୍ରମିକଙ୍କ ଗେଟ ପାସ ତିଆରି ହେଉଥିବା ବେଳେ ଭୋଗବାରେଣି ଗ୍ରାମ ପଞ୍ଚାୟତର ଶ୍ରମିକମାନଙ୍କୁ ଏଥରୁ ବଞ୍ଚିତ କରାଯାଇଛି। ତେଣୁ ଦୁର୍ଦ୍ଦଶାରେ ଥିବା ସେହି ଶ୍ରମିକ ମାନଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ଦାବି ହୋଇଛି।