ଅନ୍ୟାନ୍ୟ

କିଆଝର ପ୍ରାଥମିକ ବିଦ୍ୟାଳୟ ପୁନଃ ଚାଲୁକରିବାକୁ ଗ୍ରାମବାସୀଙ୍କ ଦାବି

By Biswaranjan Pattnaik

September 26, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ତାଳପଦା ପଞ୍ଚାୟତର କିଆଝର ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଚାଲୁ କରିବାକୁ ଗ୍ରାମବାସୀ ମାନେ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେଇଛନ୍ତି।

ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବାରୁ ଏହି ବିଦ୍ୟାଳୟଟିକୁ ସରକାର ବନ୍ଦ କରିଦେଇଛନ୍ତି। ଗ୍ରାମବାସୀଙ୍କ କହିବା କଥା ଏବେ କୋଡ଼ିଏ ଜଣ ପିଲା ପାଠ ପଢ଼ିବାକୁ ଗାଁରୁ ଚାରି କିମି ଦୂର ବୁରୁବାହଲ ଗାଁକୁ ଯାଉଛନ୍ତି। ଏହି ରାସ୍ତା ଦେଇ ଘଞ୍ଚ ଜଙ୍ଗଲ ରହିଛି ଯାହା ଫଳରେ ବନ୍ୟଜନ୍ତୁଙ୍କ ଭୟ ରହୁଛି। ତେଣୁ ଜିଲ୍ଲାପାଳ ପୁଣି କିଆଝର ବିଦ୍ୟାଳୟକୁ ଚାଲୁ କଲେ ଗାଁର ଗରିବ ହରିଜନ ପରିବାରର ପିଲାମାନେ ଉପକୃତ ହୋଇ ପାରିବେ।