ମୁଖ୍ୟ ଖବର

ପ୍ରଶାସନ ଶୁଣିଲାନି! ସବୁ ଆଡ଼ୁ ହତାଶ ହୋଇ ନିଜେ ରାସ୍ତା ମରାମତି କଲେ ହତାଶିମିଳି ଗ୍ରାମବାସୀ

By Angul TV Bureau

August 19, 2025

ଅନୁଗୁଳ: ଗାଁକୁ ରାସ୍ତା କରିବାକୁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ପ୍ରଶାସନ ନ ଶୁଣିବାରୁ ନିଜେ କଲେ ମରାମତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଂଚାୟତ ହତାଶିମିଳି ଗ୍ରାମରୁ ଆସିଛି ଏହି ଖବର।

ଗାଁକୁ ରାସ୍ତାଟିଏ ନଥିବାରୁ ହତାଶିମିଳି ଗ୍ରାମବାସୀ କାଦୁଅ ରାସ୍ତାରେ ଯାତାୟତ କରୁଥିଲେ। ଜରୁରୀ ସମୟରେ ଗାଁକୁ ଦମକଳ କିମ୍ବା ଆମ୍ବୁଲାନ୍ସ ଆସିପାରୁନଥିଲା। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ବିଧାୟକ, ବିଡିଓ, ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ।

ଏଣୁ ସବୁ ଆଡ଼ୁ ହତାଶ ହୋଇ ଆଜି ହତାଶିମିଳି ଗ୍ରାମବାସୀ ଏକାଠି ହୋଇ ଗାଁ ରାସ୍ତାରେ ମାଟି ତାଡି ମୋରମ ପକାଇ ମରାମତି କରିଛନ୍ତି।

ଆଗକୁ ସରକାର ରାସ୍ତାକୁ ପୂର୍ଣ୍ଣାଙ୍ଗ ରୂପ ନ ଦେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।