ଅନୁଗୁଳ: ଖାଦ୍ୟ ଅନୁସନ୍ଧାନରେ ଅନୁଗୁଳ ଜିଲ୍ଲା ଗୁରଙ୍ଗ ଗାଁ ଭିତରକୁ ପଶି ଆସିଥିବା ଏକ ହରିଣଙ୍କୁ ଉଦ୍ଧାର କରିଛି ବନ ବିଭାଗ। ହରିଣଙ୍କୁ କୁକୁରମାନେ କାମୁଡ଼ି ଲହୁ ଲୁହାଣ କରିଦେଇଥିଲେ। ଗାଁ ଲୋକେ ତାକୁ କୁକୁର ମୁହଁରୁ ଉଦ୍ଧାର କରି ବନ ବିଭାଗ ଜିମା ଦେଇଥିବା ଜଣାଯାଇଛି।
ସୂଚନା ମୁତାବକ, ଗୁରଙ୍ଗ ଗାଁ ଭିତରକୁ ଏକ ଜଙ୍ଗଲୀ ହରିଣ ପଶି ଆସିଥିଲା। ହରିଣକୁ ଦେଖି କୁକୁରମାନେ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲେ। ହରିଣର ରଡ଼ି ଶୁଣି ଗ୍ରାମବାସୀ ଦେଖିଲା ବେଳକୁ ଏକ ଜଙ୍ଗଲୀ ହରିଣକୁ କିଛି କୁକୁର କାମୁଡ଼ିବାରେ ଲାଗୁଛନ୍ତି l ଗ୍ରାମବାସୀ ହରିଣକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗର କର୍ମଚାରୀ ପହଞ୍ଚି ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଣିଥିବା ଜଣାଯାଇଛି।