ମୁଖ୍ୟ ଖବର

ଗାଇଡଲାଇନ୍ ଉଲ୍ଲଂଘନ, ସୁରକ୍ଷାକୁ ଫୁ

By Biswaranjan Pattnaik

February 06, 2022

ଅନୁଗୁଳ: ଅନୁଗୁଳ ସହରରେ ଗାଇଡଲାଇନ ଉଲ୍ଲଂଘନ କରି ଅତ୍ୟନ୍ତ ବିପଦସଙ୍କୁଳ ଭାବେ ୧୧ କେଭି ତାର ଟଣା ଚାଲିଛି। କିଛି ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥାକୁ ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ଏଭଳି କାରସାଦି କରାଯାଉଥିବା ଅଭିଯୋଗ ହେଉଛି। ପ୍ରଥମେ ବସ ଷ୍ଟାଣ୍ଡ ରାଜା ଛକ ଠାରୁ ବଜାର ଛକ ଓ ଏହାପରେ ଶଙ୍କର ସିନେମା ରୋଡ ରେ ୧୧ କେଭି ତାର ଟଣା ସରିଛି। ନିୟମ ଅନୁସାରେ ବଜାର ଭିତରେ ୧୧ କେଭି ଟଣା ହେଲେ କେବୁଲ ଯୁକ୍ତ ତାର ବ୍ୟବହାର କରାଯିବ, ତାର ତଳେ ସେଫ୍ଟି ନେଟ ଲଗାଯିବ,  ଖୁଣ୍ଟ ଚାରିପାଖେ ବ୍ୟାରିକେଡ୍ ରହିବ କିନ୍ତୁ ଅନୁଗୁଳ ସହର ବିଶେଷ କରି ବଜାର ଭିତରେ କୌଣସି ନିୟମ ନମାନି ଯେଭଳି ୧୧ କେଭି ତାର ଟଣା ଚାଲିଛି ତାହା ନିଶ୍ଚିତ ଭାବେ ବିପଦକୁ ଆମନ୍ତ୍ରଣ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କଥାଟିକୁ ହାଲୁକା ଭାବେ ନେବା ସହ ବର୍ତ୍ତମାନ ପାଇଁ ସେଥିରେ କିଛି ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି କହିଥିଲେ।