ମୁଖ୍ୟ ଖବର

ଅନୁଗୁଳରେ ବ୍ୟାପୁଛି ଆଖିଧରା

By Biswaranjan Pattnaik

July 05, 2023

ଅନୁଗୁଳ: ବର୍ଷା ଋତୁ ଆରମ୍ଭରୁ ଚଳିତ ବର୍ଷ ଅନୁଗୁଳରେ ଆଖିଧରା ବ୍ୟାପିଲାଣି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ୩୦ ରୁ ୫୦ ଆଖିଧରା ରୋଗୀ ଆସୁଛନ୍ତି। ସେହିଭଳି ଘରୋଇ କ୍ଲିନିକକୁ ମଧ୍ୟ ବହୁ ସଂଖ୍ୟାରେ ଆଖିଧରା ରୋଗୀ ଆସୁଥିବା ଦେଖିବାକୁ ମିଳୁଚି। ଚକ୍ଷୁ ବିଶେଷଜ୍ଞଙ୍କ ମତରେ ଏବେ ବ୍ୟାପୁଥିବା ଆଖି ରୋଗକୁ ଭାଇରାଲ କଞ୍ଜୁକଟିଭାଇଟିଜ୍ କୁହାଯାଉଛି। ଆଖି ପାଇଁଉଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ ଡ୍ରପ ପକାଇଲେ ମଧ୍ୟ ଯନ୍ତ୍ରଣା ଓ ଆଖି ଲୁହାଇବା ପାଞ୍ଚ ରୁ ସାତ ଦିନ ରହୁଛି। ଏହା ଏକ ବାୟୁ ବାହିତ ରୋଗ। ପୀଡ଼ିତ ବ୍ୟକ୍ତି ସଂସ୍ପର୍ଶରେ ଆସିଲେ ଅବା ତାର ପୋଷାକ ଏବଂ ଅନ୍ୟାନ୍ୟ ଜିନିଷ ଜଣେ ବ୍ୟବହାର କଲେ ତାକୁ ଏହି ଚକ୍ଷୁ ରୋଗ ବ୍ୟାପିବାର ସମ୍ଭାବନା ଥାଏ। ତେଣୁ ଜନସାଧାରଣ ଏଥି ପ୍ରତି ସତର୍କ ହେବା ଉଚିତ୍ ।