ମୁଖ୍ୟ ଖବର

ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି

By Angul TV Bureau

May 12, 2025

ଭୁବନେଶ୍ୱର: ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ଘୋଷଣା କଲେ କିଙ୍ଗ କୋହଲି। କିଛିଦିନ ତଳେ ଅବସର ନେଇଥିଲେ ରୋହିତ ଶର୍ମା। ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଜି ଅବସର ନେଇ ସେ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଏହାପୂର୍ବରୁ ସେ ଟି-୨୦ ଫର୍ମାଟରୁ ଅବସର ନେଇସାରିଛନ୍ତି। ବିରାଟ ଟେଷ୍ଟରେ ୧୨୩ଟି ମ୍ୟାଚ୍ ଖେଳିଚନ୍ତି ଏହି ସମୟ ମଧ୍ୟରେ ସେ ୪୬.୮୫ ହାରରେ ୯୨୩୦ ରନ କରିଥିଲେ। ଟେଷ୍ଟ ଫର୍ମାଟରେ କୋହଲିଙ୍କ ସର୍ବାଧିକ ସ୍କୋର ହେଉଛି ୨୫୪ ରନ।