ମୁଖ୍ୟ ଖବର

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକା କଲ୍ୟାଣୀ ଦାଶଙ୍କ ଅନୁଗୋଳ ଗସ୍ତ

By Angul TV Bureau

November 26, 2026

ଅନୁଗୋଳ: ସୂଚନା ଓ ଲୋକସମ୍ପର୍କ ବିଭାଗ ଉତ୍ତରାଞ୍ଚଳ, ସମ୍ବଲପୁରର ଅତିରିକ୍ତ ଉପନିର୍ଦ୍ଦେଶିକା ତଥା ଯୁଗ୍ମ ନିର୍ଦ୍ଦେଶିକା କଲ୍ୟାଣୀ ଦାଶ ଗୁରୁବାର ଦିନିକିଆ ଅନୁଗୋଳ ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଗସ୍ତ ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସନମ୍ ସ୍ମିତା ସାହୁ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଦାଶଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ପରିଦର୍ଶନ ସମୟରେ ସେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା, ସୂଚନା ପ୍ରସାର ଏବଂ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ଏଥିସହ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସରକାରୀ ଯୋଜନା, ଜନହିତକର କାର୍ଯ୍ୟକ୍ରମ ଓ ପ୍ରଶାସନିକ ସୂଚନା ଯେପରି ଠିକ୍ ସମୟରେ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ବିଭାଗୀୟ କାର୍ଯ୍ୟକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତ ଦ୍ୱାରା ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟଧାରାକୁ ଅଧିକ ସକ୍ରିୟ କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି।