ଅନ୍ୟାନ୍ୟ

ଟାଙ୍ଗିରୀ ସରପଞ୍ଚ ଅମରେଶ ନାଥଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ରକ୍ତ ସଂଗୃହୀତ

By Sanjeeb Biswal

August 20, 2023

ଅନୁଗୁଳ: ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ଟାଙ୍ଗିରୀ ପଞ୍ଚାୟତର ସରପଞ୍ଚ ଅମରେଶ ନାଥଙ୍କ ଜନ୍ମ ଦିନରେ ଶନିବାର “ବିଜୁ ଯୁବ ଜନତା ଦଳ” ଓ ଓଡ଼ିଶା: ମୋ ପରିବାର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ୧୦୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ତଥା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟକ ଭାବେ ବସୁଧା ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଶିବିରର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ପରିଷଦ ପ୍ରଦୀପ କୁମାର ସାହୁ, ଛେଣ୍ଡିପଦା ବ୍ଲକ୍ ଅଧ୍ୟକ୍ଷା ସୁମିତ୍ରା ସାହୁ, ସ୍ଥାନୀୟ ଜିଲ୍ଲା ପରିଷଦ ନଗେନ୍ ପ୍ରଧାନ, ବିଜୁ ଜନତା ଦଳର ବ୍ଲକ ସଭାପତି ଶରତ ଗଡ଼ନାୟକ, ବିଜୁ ଯୁବ ଜନତା ଦଳର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ସଭାପତି ସତ୍ୟବ୍ରତ ଦେହୁରି, ବ୍ଲକ ସଭାପତି ଆଶିଷ୍ ପ୍ରଧାନ, ଟାଙ୍ଗିରି ସରପଞ୍ଚ ଅମରେଶ ନାଥ, ସମିତି ସଭ୍ୟ ମହେଶ୍ବର ମାଝୀ, ଟାଙ୍ଗିରୀ ବିଜେଡି ସଭାପତି ଶ୍ରୀବତ୍ସ ମହାପାତ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ରାକେଶ କୁମାର ନାଥ, ଦୟାନିଧି ବେହେରା, ଦିଲ୍ଲୀପ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଲକ୍ଷ୍ମୀଧର ସାହୁ ଓ ଜୋନର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ।