ଅନ୍ୟାନ୍ୟ

ଯୁବଶକ୍ତି ସ୍ଵେଚ୍ଛାସେବୀ ସଂଗଠନ ସଭାପତିଙ୍କ କନ୍ୟା ନିଷ୍ଠା ମିଶ୍ରଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ୨୫ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

September 26, 2024

ଅନୁଗୁଳ: ଅନୁଗୁଳର ଜଣାଶୁଣା ସ୍ଵେଚ୍ଛାସେବୀ ତଥା ଯୁବଶକ୍ତି ସ୍ଵେଚ୍ଛାସେବୀ ସଂଗଠନର ସଭାପତି ବ୍ରାହ୍ମଜ୍ୟୋତି ମିଶ୍ର ଓ ପତ୍ନୀ ଅପରାଜିତା ମିଶ୍ରଙ୍କ ଏକମାତ୍ର କନ୍ୟା ନିଷ୍ଠା ମିଶ୍ରଙ୍କ ଅଷ୍ଟମ ଜନ୍ମବାର୍ଷିକ ଉପଲକ୍ଷେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରେ ଆୟୋଜିତ ଏହି ଶିବିରରେ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ମୁଖ୍ୟ ଅତିଥିଭାବେ ଡିଏସପି ଯୋଗେଶ୍ୱରୀ ବେହେରା, ସମ୍ମାନିତ ଅତିଥିଭାବେ ଦେବଦତ୍ତ ମିଶ୍ର, ଏଡିଭି ଦିଲ୍ଲୀପ କୁମାର ଦାସ, ଡାକ୍ତର ମାଇକେଲ ଜନ, ସ୍ଵେଚ୍ଛାସେବୀ ଅଜୟ ଭାଇ, ରଶ୍ମିରଂଜନ ମିଶ୍ର, ପର୍ଶୁରାମ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଭାବେ ମା’ ବୁଢ଼ୀ ଠାକୁରାଣୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦାନ ପୂର୍ବକ ଧୂପଦୀପ ପ୍ରଜ୍ୱଳନ କରି ଶିବିର ଉଦଘାଟନ କରିଥିଲେ।

ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସତ୍ୟବ୍ରତ ପାଟଯୋଶୀଙ୍କ ପରାମର୍ଶରେ ଜିତେନ୍ ଦାସ, ଷ୍ଟାପନର୍ସ ଦୀପ୍ତିରାଣୀ ସାହୁ, କର୍ମକର୍ତ୍ତା ରଣେଶ୍ୱର ମୁଖୀ, ସିପୁନ ବେହେରା, ରମେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଶିବିରରେ ବ୍ରହ୍ମଜ୍ୟୋତି ମିଶ୍ରଙ୍କ ପିତା ଦେବଦତ୍ତ ମିଶ୍ର, ମା’ ଗାୟତ୍ରୀ ମିଶ୍ର, ସ୍ତ୍ରୀ ଅପରାଜିତା ମିଶ୍ର, ଭାଉଜ ଅଳକା ମିଶ୍ର, ବଡ଼ଭାଇ ଦିବ୍ୟଜ୍ୟୋତି ମିଶ୍ର, କାବ୍ୟଜ୍ୟୋତି ମିଶ୍ର, ଶିବାଶିଷ କର, କନ୍ୟା ନିଷ୍ଠା ମିଶ୍ର, ଝିଆରୀ ତ୍ରିଶା ମିଶ୍ର ପ୍ରମୁଖ ଉପସ୍ଥିତ ରକ୍ତ ଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଯୁବଶକ୍ତି ତରଫରୁ ସାତକୋଶିଆ ଶାଖା ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ପ୍ରଫୁଲ୍ଲ ସାହୁ, ସ୍ଵେଚ୍ଛାସେବୀ ସୀତାଂଶୁ ନାଏକ, ହେମନ୍ତ ସାହୁ, ସୁଶାନ୍ତ ନାଏକ, ରୁଦ୍ରନାରାୟଣ ସାହୁ ଶିବିର ପରିସରରେ ସହାୟତା କରିଥିଲେ।