ଅନ୍ୟାନ୍ୟ

କାରଗିଲ ବିଜୟ ଦିବସ: ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୩୨ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

July 27, 2026

ଅନୁଗୋଳ: କାରଗିଲ ବିଜୟ ଦିବସ ଉପଲକ୍ଷେ ଆଠମଲ୍ଲିକ ଉପଖଣ୍ଡ ପଞ୍ଚଧାରା ଭେଟେରାନ୍ସ ଆସୋସିଏସନ ପକ୍ଷରୁ ରବିବାର ବଇଣ୍ଡା କଲ୍ୟାଣମଣ୍ଡପରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ସଙ୍ଗଠନର ସଭାପତି ପ୍ରମୋଦ କୁମାର ପ୍ରଧାନ ଓ ସମ୍ପାଦକ ସୁକାନ୍ତ କୁମାର ରଣାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

କାର୍ଯ୍ୟକ୍ରମରେ ଅନୁଗୁଳ ଓକିଲସଂଘ ସଭାପତି ଦିଲ୍ଲୀପ କୁମାର ସାହୁ, ଆଠମଲ୍ଲିକ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଏବଂ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଅର୍ଜୁନ କୁମାର ସାହୁ ପ୍ରମୁଖ ଯୋଗଦେଇ କାରଗିଲ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ଆଠମଲ୍ଲିକ ଏନଏସି, ବ୍ଲକ ଏବଂ କିଶୋରନଗର ଅଞ୍ଚଳରୁ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।