ଅନ୍ୟାନ୍ୟ

ଅମା ଭଗବାନ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

By Biswaranjan Pattnaik

November 18, 2023

ଅନୁଗୁଳ: ମା ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଅମା ଭଗବାନ ସେବା ସମିତି,ଜୀବନ ବିନ୍ଦୁ ଏବଂ ବାସନ୍ତୀ ଦୁର୍ଗାପୂଜା କମିଟିର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଆୟୋଜକଙ୍କ ପକ୍ଷରୁ ଅନୁକୂଳ ନନ୍ଦ,ସୁରେଶ କୁମାର ଶାହା,ଭୀଷ୍ମ ସାହୁ, ହେମଦ୍ୟୋତି ବେହେରା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଆଇନଜୀବି ପ୍ରଦୀପ ଦେବତା ସମସ୍ତ ଅତିଥି ଓ ରକ୍ତଦାତା ମାନଙ୍କୁ ସ୍ଵାଗତ କରିଥିଲେ।ଶିବିରରୁ ମୋଟ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।