ଅନ୍ୟାନ୍ୟ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୩୭ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

November 22, 2023

ଅନୁଗୁଳ: ୟୁଥ ରେଡକ୍ରସ ଏବଂ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଗୁଳ ମହିଳା ମହାବିଦ୍ୟାଳୟଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୩୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ କଲେଜ ଅଧ୍ୟକ୍ଷା ନିରୋଜା ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ରାଜୀବ ଲୋଚନ ଦାସ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ଅରୁଣାଭ ସିଂହ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଶିବିର ପରିଚାଳନା କରିବାରେ ହୃଷିକେଶ ସାହୁ, ଅମିତା ଦେହୁରୀ, ନବ କିଶୋର ସାହୁ, ରଞ୍ଜିତା ସିଂହ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ।