ଅନ୍ୟାନ୍ୟ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରକ୍ତଦାନ ଶିବିର, ୪୦ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

April 13, 2025

ଅନୁଗୁଳ: ଓଡ଼ିଆ ପକ୍ଷର ଦ୍ଵାଦଶ ଦିବସରେ ଅନୁଗୁଳ ଛେଣ୍ଡିପଦାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

ଶିବିରକୁ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ପ୍ରତିନିଧି ଅକ୍ଷୟାପାଦ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ବେହେରା ଏବଂ ସରପଞ୍ଚ ସୁଦୀପ୍ କୁମାର ପ୍ରଧାନ ଉଦଘାଟନ କରିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ବିକ୍ରମ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ଶିକ୍ଷକ ପ୍ରଶିକ୍ଷକ ରାମକୃଷ୍ଣ ପରିଚ୍ଛାଙ୍କ ଯୋଜନାରେ ଆୟୋଜିତ ଏହି ଶିବିରରେ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମଦନ ସୁନ୍ଦର ପ୍ରଧାନ, ଡା.ଗଣେଶ୍ୱର ସାହୁ, ମମିତା ସାହୁ ଏବଂ ଛୋଟରାୟ ଟୁଡୁ ପ୍ରମୁଖ ସହଯୋଗ କରିଥିଲେ। ଗୁରୁ ଛାତ୍ରଛାତ୍ରୀ ଅୟସକାନ୍ତ ଭାରତୀୟ, ପ୍ରିୟରଞ୍ଜନ ଶତପଥୀ, ଭିକାରୀ ସାହୁ, ଅବିନାଶ ଚନ୍ଦ୍ର ମେହେର, ପ୍ରଯୁକ୍ତା ପୁହାଣ, ସୁପ୍ରିୟା ସାହୁ, ଅନୁପ୍ରଭା ସୁବୁଦ୍ଧି, ଗୋବିନ୍ଦ କଣ୍ଡାଲ, ବିଷ୍ଣୁପ୍ରିୟା ବେହେରା, ଦିବ୍ୟଜ୍ୟୋତି ସାହୁ, ସୋନାଲି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।