ଅନ୍ୟାନ୍ୟ

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୪୬ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

December 10, 2023

ଅନୁଗୁଳ: ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଆଜି ବନ୍ତଳା ପଞ୍ଚାୟତରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ମୋଟ୍ ୪୬ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି କିଶୋର କୁମାର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୀବ ସାହୁ, ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଓ ଜିତେନ୍ଦ୍ର ଜେନା, ଡିଜିଟାଲ ସମ୍ପାଦକ ଚିନ୍ମୟ ସାହୁ, ତୁଳସୀପାଳ ସମିତିସଭ୍ୟ କର୍ଣ୍ଣ ଗୋଛାୟତ, ବୁଢାପଙ୍କ ସମିତିସଭ୍ୟ ବାପୁନ ବେହେରା , ଯୁବ ନେତା ଚନ୍ଦ୍ରକାନ୍ତ ପ୍ରଧାନ, ରମାକାନ୍ତ ସାହୁ, ପାପୁନ ଦ୍ବିବେଦୀ, ଆଶିଷ ପ୍ରଧାନ, ମୃତ୍ୟୁଞ୍ଜୟ ସାହୁ ତଥା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ପରିଚାଳନା କରିଥିଲେ।