ଅନ୍ୟାନ୍ୟ

ଦିବ୍ୟଦର୍ଶନ ସଂଘ ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀରେ ରକ୍ତଦାନ ଶିବିର, ୪୯ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

July 18, 2024

ଅନୁଗୁଳ: ଦିବ୍ୟଦର୍ଶନ ସଂଘ ପକ୍ଷରୁ ସଂଘର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀ ବେଶ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ସ୍ଥାନୀୟ ଦିବ୍ୟଦର୍ଶନ ଶିଶୁ ମନ୍ଦିରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ମୋଟ ୪୯ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ଅନୁଗୁଳ ରକ୍ତଭଣ୍ଡାର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ପରିଚାଳନା କମିଟିର ସଭାପତି ଉଦୟ କୁମାର ସାହୁ, ସମ୍ପାଦକ ସଞ୍ଜୟ କୁମାର ସାହୁ, ଫେଡେରାଲ ବ୍ୟାଙ୍କର ଶାଖା ପରିଚାଳକ ସିଦ୍ଧେଶ୍ୱର ଦଳେଇ, ପ୍ରଧାନ ଆଚାର୍ଯ୍ୟା ଅନୁପମା ସାହୁ, ଦିବ୍ୟଦର୍ଶନ ସଂଘର ସଦସ୍ୟ ହେମନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତଭଣ୍ଡାରର କର୍ମଚାରୀମାନେ ସହଯୋଗ କରିଥିଲେ।