ଅନ୍ୟାନ୍ୟ

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୫୨ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

February 25, 2024

ଅନୁଗୁଳ: ଅନୁଗୁଳ ବ୍ଲକ କାଙ୍ଗୁଲା ବେନ୍ତପୁର ପଞ୍ଚାୟତ ଅନ୍ତର୍ଗତ ନୂଆ ତିଆର ସାହି ପ୍ରକଳ୍ପ ବିଦ୍ୟାଳୟରେ ଓଡିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ ସହ ସଂଯୋଜକ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଅରୁଣାଭ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଲୋକନାଥ ସେଠୀ, ଦେବବ୍ରତ ସେଠୀ, ପପୁ ସେଠୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।