ଅନ୍ୟାନ୍ୟ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୦ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

December 18, 2023

ଅନୁଗୁଳ: ଅନୁଗୁଳ ସରକାରୀ ପଲିଟେକ୍ନିକ କଲେଜରେ ନୂଆ ‘ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଓ ପଲିଟେକ୍ନିକ କଲେଜର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶିବିରରେ ଅନୁଷ୍ଠାନର ଛାତ୍ରଛାତ୍ରୀ, କର୍ମଚାରୀ ଗଣ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ, କର୍ମଚାରୀଗଣ ଲକ୍ଷ୍ମୀକାନ୍ତ ନାୟକ, ଚିନ୍ମୟ କୁମାର ପଣ୍ଡା, ମୀରାରାଣୀ ପରିଡ଼ା, ବିନୋଦ କୁମାର ସାହୁ, ଅନୀଲ କୁମାର ସ୍ୱାଇଁ, ଅରୁଣାଭ ସିଂହ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ରାଜେଶ ରାଉତ ତଥା ସମସ୍ତ ଛାତ୍ରଛାତ୍ରୀ ଶିବିର ପରିଚାଳନା କରିଥିଲେ।