ଅନ୍ୟାନ୍ୟ

ବଇଣ୍ଡାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ ଯୁନିଟ୍ ରକ୍ତ ସଂଗ୍ରହ

By Angul TV Bureau

September 14, 2025

କିଶୋରନଗର: କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଶିକ୍ଷକ ପଡାସ୍ଥିତ ଶ୍ରୀରାମ ମନ୍ଦିର କମିଟି ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ବଇଣ୍ଡା ବିଦ୍ୟୁତ୍ ବିଭାଗର ଅକ୍ଷୟ କୁମାର ସାହୁ ଫିତା କାଟି ଶିବିରର ଉଦ୍ଘାଟନ କରିଥିଲେ।

କମିଟିର ଆବାହକ ରଜତ ସାହୁ, ରାମଚନ୍ଦ୍ର ପରିଡା, ବିକାଶ ସେଠୀ, ଅମିୟ ସାହୁ, ସୁମନ୍ତ ସାହୁ, ଶରତ ସେଠୀ, ଜିତେନ୍ଦ୍ର ପ୍ରଧାନ, ସନ୍ତୋଷ ସାହୁ, ସିତା ସେଠୀ, ଗୀତାଞ୍ଜଳି ଜେନା, ନିରୁପମା ବିଶ୍ୱାଳଙ୍କ ନେତୃତ୍ୱରେ ୫୪ ଯୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଶ୍ରୀରାମ ମନ୍ଦିର କମିଟି ଓ ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. କୁମାର ସୌରଭ ସବ୍ୟସାଚୀ ଓ କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରି ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।