ଅନ୍ୟାନ୍ୟ

ରକ୍ତଦାନ ଶିବିର: ୪୪ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

March 21, 2025

ଅନୁଗୁଳ: ବଅଁରପାଳ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦେବ ମହାବିଦ୍ୟାଳୟରେ ଆଜି ‘ଆମ ଓଡ଼ିଶା’ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏଥିରେ ପାଞ୍ଚଗଡ଼ ସାମ୍ବାଦିକ ସଙ୍ଘ ଏବଂ ବରିଷ୍ଠ ନାଗରିକ ସଙ୍ଘ ସହଯୋଗ କରିଥିଲା। ଶିବିରରେ ୪୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିବିର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ମଣ୍ଡଳ ସଭାପତି ପ୍ରତ୍ୟୁଷ ରଞ୍ଜନ ପଣ୍ଡା ଏବଂ ବଅଁରପାଳ ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଞ୍ଚଗଡ଼ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ, ବରିଷ୍ଠ ନାଗରିକ ସଂଘର ସମସ୍ତ ସଦସ୍ୟ, ପୂର୍ବତନ ଛାତ୍ର ସଂସଦ ସଭାପତି, ଉପଦେଷ୍ଟା ଦିବ୍ୟରଞ୍ଜନ ସାମଲ ପ୍ରମୁଖ ଶିବିର ପରିଚାଳନା କରିଥିଲେ।