ମୁଖ୍ୟ ଖବର

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୭୨ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

September 20, 2023

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ରଜଡଙ୍ଗ ପଞ୍ଚାୟତରେ ଶ୍ରଦ୍ଧା ସେବା ସହଯୋଗ, ଓଡ଼ିଶା ମୋ ପରିବାର ଏବଂ ରଜଡ଼ଙ୍ଗ ସରପଞ୍ଚ ଦିବ୍ୟା ଭାରତୀଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୋଟ ୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ଏ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଇଂ ଅବନୀ କାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ରଜଡଙ୍ଗ ସରପଞ୍ଚ ଦିବ୍ୟା ଭାରତୀ ସାମଲ, ୯ ନମ୍ୱର୍ ଜିଲ୍ଲାପରିଷଦ ରଞ୍ଜନ କୁମାର ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ଯୋଗେଶ କୁମାର ଭୁକ୍ତା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶ୍ନ କୁମାର ସାହୁ, ବଳଭଦ୍ର ବେହେରା, ଦିଲେଶ୍ୱର୍ ସାହୁ, ପ୍ରଦୀପ ପ୍ରଧାନ, ଅଗାଧୁ ପ୍ରଧାନ, ସୀତାକାନ୍ତ ପ୍ରଧାନ, ମଦନ ପ୍ରଧାନ, ଶ୍ରଦ୍ଧା ସେବା ସହଯୋଗର ସଭାପତି ମଣିଷ କୁମାର ପ୍ରଧାନ, ସହ ସମ୍ପାଦକ ପ୍ରଭାତ କୁମାର ସାହୁ, ପଞ୍ଚାୟତ ସଭାପତି ଡୁଲୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।