ଅନ୍ୟାନ୍ୟ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ସଂଗ୍ରହ ହେଲା ୮୮ ୟୁନିଟ୍ ରକ୍ତ

By Angul TV Bureau

May 12, 2022

ଅନୁଗୁଳ: ସ୍ବର୍ଗତ ଲକ୍ଷ୍ମୀଧର ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଲକ୍ଷ୍ମୀନାରାୟଣ ପୂଜା କମିଟି, ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାରର ମିଳିତ ସହଯୋଗରେ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ହେମସୁରପଡ଼ାସ୍ଥିତ ଲକ୍ଷ୍ମୀନାରାୟଣ ପାଠାଗାରରେ ଅନୁଷ୍ଠିତ ଏହି ଶିବିରରେ ୮୮ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ପୂଜା କମିଟିର ସଦସ୍ୟମାନେ ସ୍ବର୍ଗତ ଲକ୍ଷ୍ମୀଧର ଜେନା, ସ୍ବର୍ଗତ ଅନୀଲ କୁମାର ମିଶ୍ର ଓ ସ୍ବର୍ଗତ ଅଭିଜିତ୍ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରକ୍ତଦାନ ଶିବିରକୁ ଲକ୍ଷ୍ମୀଧର ଜେନାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ସାମଲ ଓ ବିଜୁ ଯୁବ ଜନତା ଦଳର ସଭାପତି ଦିନେଶ ପ୍ରଧାନ ଉଦଘାଟନ କରିଥିଲେ। ଅତିଥିଭାବେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ପୂର୍ବତନ କାଉନସିଲର ବୁଢ଼ା ଦେହୁରୀ ଯୋଗ ଦେଇଥିଲେ। ଏହି ଶିବିରକୁ ପୂଜା କମିଟିର ସଭାପତି ବିରେନ୍ଦ୍ର ନାୟକ, ସମ୍ପାଦକ ଅନୀଲ ଲେଙ୍କା, ସୁବ୍ରତ ପ୍ରଧାନ, ଚିନ୍ମୟ ପାଢ଼ୀ, ପ୍ରଦୀପ ବାରିକ, ଶ୍ରୀକାନ୍ତ ପ୍ରଧାନ, ପ୍ରଶାନ୍ତ ଦେହୁରୀ ପରିଚାଳନା କରିଥିଲେ।