ଅନ୍ୟାନ୍ୟ

ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର, ୯୦ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

March 23, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଯୋଗେନ୍ଦ୍ର ବେହେରା, ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୯୦ ଜଣ ରକ୍ତଦାତା ରକ୍ତ ଦାନ କରିଥିବା ବେଳେ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।