ମୁଖ୍ୟ ଖବର

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ: ବଡକେରଜାଙ୍ଗ ପଞ୍ଚାୟତରେ ରକ୍ତଦାନ ଶିବିର, ୮୪ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

December 26, 2023

ଅନୁଗୁଳ: ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକ ବଡ଼କେରଜାଙ୍ଗ ପଞ୍ଚାୟତରେ ବିଜୁ ଯୁବ ଜନତା ଦଳ ଦ୍ବାରା ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୮୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଶିବିରର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କୁନ ବିହାରୀ ଦାସ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ପ୍ରଧାନ ଉପସ୍ଥିତ ଥିଲେ, ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଦୁଷ୍ମନ୍ତ ନାୟକ, ଜିଲ୍ଲା ସମ୍ପାଦକ ସରୋଜ ସାହୁ, ସୌରଭ ବେହେରା ତଥା ବଡକେରଜାଙ୍ଗ ପଞ୍ଚାୟତର ବିଜୁ ଜନତା ଦଳ ଓ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ।