ଅନ୍ୟାନ୍ୟ

ଗଣେଶ ପୂଜା ଅବସରରେ ରକ୍ତଦାନ ଶିବିର: ୪୫ ୟୁନିଟ ରକ୍ତ ସଂଗ୍ରହ

By Angul TV Bureau

August 31, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳଗଡ ଗ୍ରାମରେ ଗଣେଶ ପୂଜା ଅବସରରେ ଗାଁର ବିନାୟକ କ୍ଲବ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯଇଛି।

ଏହି ଶିବିରକୁ ସମାଜ ସେବୀ ତଥା ପୂର୍ବତନ ରାଜ୍ୟ ବିଜେଡି ସଂପାଦକ ବିପ୍ଳବ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ପୂର୍ବତନ ଜିଲ୍ଲାପରିଷଦ ଭାଗୀରଥି ମାଝୀ, ପୂର୍ବତନ ସମିତି ସଭ୍ୟ ଅନାଥ ସାହୁ ଓ ତଳଗଡ ଉଚ୍ଚ ବିଦ୍ୟାଳୟ ଅବସର ପ୍ରାପ୍ତ ଶିକ୍ଷକ ବଳରାମ ଦେହୁରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।  ଅନୁଗୁଳ ରକ୍ତଭଣ୍ଡାର କର୍ମଚାରୀ ମାନଙ୍କ ସହଯୋଗରେ ଶିବିରରୁ ୪୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଉପଦେଷ୍ଟା ଗୋବିନ୍ଦ ପ୍ରଧାନଙ୍କ ଦ୍ୱାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିନାୟକ କ୍ଲବ ସଭାପତି ପ୍ରତାପ ଦେହୁରୀ, ସମ୍ପାଦକ ଅଂଶୁମାନ ପ୍ରଧାନ, କୋଷାଧ୍ୟକ୍ଷ ଆଶିଷ ସାହୁ, ଉପ ସଭାପତି ଦେବେନ୍ଦ୍ର ମହାଳିକ ରାକେଶ ପ୍ରଧାନ, ପରଦେଶୀ ସେଠୀ ଚିନ୍ମୟ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ପରେ ଅତିଥି ମାନେ ଗ୍ରାମର ଚୁଳିଆ ଦେବୀଙ୍କ ବାର୍ଷିକ ପୂଜାରେ ଯୋଗ ଦେଇ ଗ୍ରାମବାସୀଙ୍କ ମଙ୍ଗଳ କାମନା କରି ଆଶିର୍ବାଦ ଭିକ୍ଷା କରି ଥିଲେ।