ଅନ୍ୟାନ୍ୟ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୪୭ ୟୁନିଟ ରକ୍ତ ସଂଗୃହୀତ

By Angul TV Bureau

September 05, 2023

ଅନୁଗୁଳ: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଓ ଗୋପୀନାଥପୁର ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସୁସୁଡା ପଞ୍ଚାୟତର ଗୋପୀନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

ଅରୁଣାଭ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ନାଏବ ସରପଞ୍ଚ, ସମିତି ସଭ୍ୟା ସୁମିତ୍ରା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଚିତ୍ତରଞ୍ଜନ ସେନାପତି ଓ ଯୁବକ ସଂଘ ସଦସ୍ୟ ଶିବିର ପରିଚାଳନା କରିଥିଲେ। ଶିବିରରେ ୪୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।