ଅନୁଗୁଳ: ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଅନୁଗୁଳ ଶାଖା ତରଫରୁ ଅନୁଷ୍ଠାନର ପ୍ରଥମ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣିଙ୍କ ୧୮ ତମ ପୁଣ୍ୟ ସ୍ମୃତି ଦିବସ ଅବସରରେ ଅନୁଗୁଳ ଜିଲ୍ଲା ବ୍ଲଡ଼ ବ୍ୟାଙ୍କ୍ ସହାୟତାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଦନମୋହନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଶାନ୍ତି ଅନୁଭୂତି ଧାମର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମିନତି ଓ ଚର୍ମ ବିଶେଷଜ୍ଞ ଡକ୍ଟର ବିଶ୍ଵଜିତ ସାମଲ ଯୋଗ ଦେଇଥିଲେ। ଏହି ଶିବିରରୁ ୪୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
ସତ୍ୟବ୍ରତ ପାଟଜୋଷୀଙ୍କ ନେତୃତ୍ବରେ ବ୍ଲଡ଼ ବ୍ୟାଙ୍କ୍ କର୍ମଚାରୀଓ ବ୍ରହ୍ମା କୁମାରୀଜ୍ ଭାଇ ଭଉଣୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।