ଅନୁଗୁଳ: ଓ.ପି ଜିନ୍ଦଲ ଗ୍ରୁପର ଦୂରଦର୍ଶୀ ପ୍ରତିଷ୍ଠାତା ଓ.ପି ଜିନ୍ଦଲଙ୍କ ୨୧ ତମ ପୁଣ୍ୟତିଥି ଅନୁଗୁଳ ଜିନ୍ଦଲ ନଗରଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଓ.ପି ଜିନ୍ଦଲଙ୍କ ପରୋପକାରୀ ଦୃଷ୍ଟିକୋଣ ଓ ମୁଲ୍ୟବୋଧରୁ ପ୍ରେରଣା ନେଇ ଜିନ୍ଦଲ ଷ୍ଟିଲର ସାମଜିକ ଦାୟିତ୍ୱ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରି ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରୁ ୩୮୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ଜିନ୍ଦଲ ଷ୍ଟିଲର ଅନୁଗୁଳ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.କେ. ବିଜୁ ନାୟାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆଇରନ୍ ଜୋନ୍) ଦାମୋଦର ମିତ୍ତଲ, ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀଙ୍କ ସମେତ କର୍ମଚାରୀ, କର୍ମବୀର ଏବଂ ସମ୍ପ୍ରଦାୟ ସଦସ୍ୟମାନେ ଦୂରଦର୍ଶୀ ପ୍ରତିଷ୍ଠାତା ଓ.ପି. ଜିନ୍ଦଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଦେବଭୂମି ମନ୍ଦିର ଏବଂ ଜିନ୍ଦଲ ନଗର ଟାଉନସିପରେ ମଧ୍ୟ ଅଖଣ୍ଡ ରାମାୟଣ ପାଠ, ପୂଜା ଏବଂ ହୋମଯଜ୍ଞ ସମେତ ଧାର୍ମିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା।