ଅନ୍ୟାନ୍ୟ

ରାଣୀବନ୍ଧ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୮୭ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

December 05, 2025

ଅନୁଗୁଳ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ପଞ୍ଚାୟତର ରାଣୀବନ୍ଧ ଗ୍ରାମରେ ଶୁକ୍ରବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମା’ ବୀଣାପାଣି ପୂଜା କମିଟି ଆନୁକୂଲ୍ୟରେ ଏବଂ ରକ୍ତଦାତା ମହାସଂଘର ସଭାପତି ଶତ୍ରୁଘ୍ନ ସାହୁ ଏବଂ ସମ୍ପାଦକ ବିନୟ କୁମାର ପଟ୍ଟନାୟକଙ୍କ ଦ୍ୱାରା ଏହି ଶିବିର ଆୟୋଜିତ ହୋଇଥିଲା।

ମହାଲକ୍ଷ୍ମୀଙ୍କ ମାଣବସା ବ୍ରତ ଉପଲକ୍ଷେ ରାଣୀବନ୍ଧ ଗ୍ରାମର କୋଠଘର ଠାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୋଟ ୮୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ସୁନିଲ୍ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ସୁବୋଧ କୁମାର ମହାପାତ୍ର, ବ୍ଲକ୍ ବିଜେଡି ସଭାପତି ମହେଶ୍ବର ଦେହୁରୀ, ୬ ନଂ ଜୋନ ଜିଲ୍ଲା ପରିଷଦ ଯୁଧିଷ୍ଟିର ସିଂହ, ଏଚ୍.ଡି.ଏଫ୍.ସି ବ୍ୟାଙ୍କର ଏଲିଜା ତ୍ରିପାଠୀ, ରାଜେଶ୍ ମଣ୍ଡଳ, ଠାକୁରଗଡ଼ ଥାନାର ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ବେହେରା ଓ ରାଣୀବନ୍ଧ ଗ୍ରାମର ସଭାପତି ଅଜିତ୍ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଡାକ୍ତର କୁମାର ସୌରଭ, ମିସ ଆର୍ଯ୍ୟବାଳା ଦାସ, ମୁକେଶ କୁମାର ଦେହୁରୀ, ବିନୟ କୁମାର ବିଶ୍ୱାଳ, ସୌମ୍ୟରଞ୍ଜନ ବେହେରା, ରବୀନ୍ଦ୍ର ନାଥ ମହାନ୍ତି, ରାକେଶ କୁମାର ଦତ୍ତ, ଗିରିଶ ଚନ୍ଦ୍ର ବେହେରା ଓ ରୁଦ୍ର ମୋହନ ତ୍ରିପାଠୀଙ୍କ ସମେତ ସ୍ଥାନୀୟ କର୍ମକର୍ତ୍ତାମାନେ ଶିବିରକୁ ସହଯୋଗ କରିଥିଲେ।