ଅନ୍ୟାନ୍ୟ

ଗରିବ ଅସହାୟଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ସ୍ବେଚ୍ଛାସେବୀ

By Biswaranjan Pattnaik

May 10, 2021

ଅନୁଗୁଳ: ଗତ ଦୁଇ ସପ୍ତାହ ଧରି ଲାକଡାଉନ ଓ ସପ୍ତାହାନ୍ତ ସଟଡ଼ାଉନ୍ ଜାରି ରହିଛି । ଏଥିରେ ସ୍ୱଚ୍ଛଳ ଵର୍ଗର ଲୋକେ ଯାହା ଯେମିତି ଚଳୁଛନ୍ତି କିନ୍ତୁ ବାସହୀନ ଦୁଃଖୀରଙ୍କି ଏବଂ ମାନସିକ ଅସନ୍ତୁଳନ ଥିବା ବ୍ୟକ୍ତି ଖାଇବାକୁ ନପାଇ ବଡ଼ କଷ୍ଟ ପାଉଛନ୍ତି। ହୋଟେଲ,ଜଳଖିଆ ଦୋକାନ ଆଦି ବନ୍ଦ ରହୁଥିବାରୁ ସେମାନେ ମାଗିଯାଚି ଯେତିକି ଖାଦ୍ୟ ଯୋଗାଡ କରୁଥିଲେ ତାହା ସମ୍ଭବ ହୋଇପାରୁନାହିଁ। ଏଭଳି ସମୟରେ କିଛି ସ୍ବେଚ୍ଛାସେବୀ ସକାଳୁ ଅନୁଗୁଳ ସହର ମଧ୍ୟରେ ବୁଲୁଥିବା ଅସହାୟ ମଣିଷମାନଙ୍କୁ ସନ୍ଧାନ କରି ସେମାନଙ୍କୁ ବିସ୍କୁଟ, ପାଉଁରୁଟି ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। କ୍ରୀଡ଼ା ପ୍ରଶିକ୍ଷକ ଦୁଷ୍ୟନ୍ତ ନାଥ ଏବଂ ଅଧ୍ୟାପକ ପ୍ରଦୀପ ପଟ୍ଟନାୟକ ଏଭଳି ଶୁଖିଲା ବାଣ୍ଟିଥିଲେ । ସପ୍ତାହାନ୍ତ ସଟଡ଼ାଉନ୍ ସମୟ ତକ ସେ ଦୁହେଁ ଏଭଳି କାର୍ଯ୍ୟ ଜାରିରଖିବେ ବୋଲି ପ୍ରକାଶ କରିଛନ୍ତି।