ଅନ୍ୟାନ୍ୟ

ଅନୁଗୁଳ ଇନ୍ ଡୋର ଷ୍ଟାଡିୟମ୍ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ, ନୂତନ ଭୋଟରଙ୍କୁ ଦିଆଗଲା “ଫୁଲ ଗଛ”

By Angul TV Bureau

May 02, 2024

ଅନୁଗୁଳ: ସାଧାରଣ ନିର୍ବାଚନ ୨୦୨୪ରେ ବହୁଳ ଭାବେ ମତଦାନ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ହାତକୁ ନିଆଯାଉଛି। ଏ ନେଇ ବୁଧବାର ଅନୁଗୁଳ ଇନ୍ ଡୋର ଷ୍ଟାଡିୟମ୍ ଠାରେ ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ନିମନ୍ତେ ସଚେତନ କରାଯାଇଥିଲା। ନୂତନ ଭାବେ ଭୋଟ ଦେଉଥିବା ଖେଳାଳିଙ୍କୁ ସଚେତନତା ବାର୍ତ୍ତା ଥିବା “ଫୁଲ ଗଛ” ଦିଆଯାଇଥିଲା। ଏହା ସହ ସମସ୍ତ ଖେଳାଳିଙ୍କ ଅଭିଭାବକଙ୍କୁ ମଧ୍ୟ ଚଳିତ ମେ ୨୫ ରେ ମତଦାନ କରିବା ପାଇଁ ସଚେତନ କରାଯାଇଛି।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ, ଅନୁଗୁଳ ଉପଜିଲ୍ଲାପାଳ ବରୁଣ୍ୟେନ୍ଦୁ ମହାନ୍ତି, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବଭୂଷଣ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।