ମୁଖ୍ୟ ଖବର

କ୍ରୀଡାସଂସଦର ସମ୍ପାଦକ ପାଇଁ ଭୋଟ କାଲି

By Biswaranjan Pattnaik

May 22, 2023

ଅନୁଗୁଳ: ଦୀର୍ଘ ବର୍ଷର ବ୍ୟବଧାନ ପରେ କାଲି ଅନୁଗୁଳ କ୍ରୀଡା ସଂସଦର ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସଂସଦର ସଭାପତି ଜିଲ୍ଲାପାଳ ହୋଇଥିବା ବେଳେ ସାଧାରଣ ସମ୍ପାଦକ ପାଇଁ ଦୁଇ ଜଣଙ୍କ ମଧ୍ୟରେ ଭୋଟ ଲଢେ଼ଇ ହେବ।ଅନୁଗୁଳରୁ ରୁଚିର କୁମାର ଦାସ ଓ ତାଳଚେରରୁ ଡା ଗୌର ଗୋବିନ୍ଦ ସାମନ୍ତ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ।ଦୁଇ ପ୍ରାର୍ଥୀ ଏବେ ପୁସିଂ କାର୍ଡ ଧରି ଘର ଘର ବୁଲି ସଦସ୍ୟ ମାନଙ୍କୁ ଭେଟୁଛନ୍ତି ଏବଂ ଭୋଟ ଭିକ୍ଷା କରୁଛନ୍ତି। କିନ୍ତୁ କ୍ରୀଡା ବିଶେଷଜ୍ଞଙ୍କ ମତ ଭେଟେରାନ କ୍ରୀଡା ସଂଗଠକ ତଥା ପୂର୍ବତନ ସମ୍ପାଦକ ନୀଳମଣି ରାଉତଙ୍କ ସମର୍ଥନ ଯାହା ପ୍ରତି ଅଧିକ ରହିବ ସେ ହିଁ ବିଜେତା ହେବ।ସକାଳ ୧୦ ଟା ରୁ ଦିନ ଗୋଟାଏ ମଧ୍ୟରେ ଭୋଟ ଦାନ ହେବ ଏବଂ ଅପରାହ୍ନରେ ଫଳାଫଳ ଘୋଷଣା କରାଯିବ। ଏଠାରେ ସୂଚନା ଯୋଗ୍ୟ ଯେ ଏଥିପୂର୍ବରୁ ଉପସଭାପତି,ଯୁଗ୍ମ ସମ୍ପାଦକ ଏବଂ କୋସାଧ୍ୟକ୍ଷ ପଦବୀର ପ୍ରାର୍ଥୀ ମାନେ ବିନା ପ୍ରତିଦ୍ବନ୍ଦିତାରେ ଜିତି ସାରିଛନ୍ତି କେବଳ ଆନୁଷ୍ଠାନିକ ଭାବେ ଫଳ ଘୋଷଣା କରାଯିବ ।