ଅନୁଗୁଳ : ଅନୁଗୁଳ ଜିଲ୍ଲା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବୁ ରାଜ୍ୟ ନିର୍ବାଚନ କମିଶନ ଦିନ ଧାର୍ଯ୍ୟ କରିଛନ୍ତି। ଜିଲ୍ଲାର ମୋଟ ୮ ଗୋଟି ବ୍ଲକ୍ରେ ୨୮ଟି ଜିଲ୍ଲା ପରିଷଦ ଜୋନ୍ରେ ସଭ୍ୟ ଓ ସଭ୍ୟା, ୨୨୫ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାସହ ୩ ହଜାର ୨୮ଟି ୱାର୍ଡର ସଭ୍ୟ/ ସଭ୍ୟାଙ୍କ ପାଇଁ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଏଥିପାଇଁ ଫେବୃଆରୀ୧୬ ତାରିଖରେ ଅନୁଗୁଳ ବ୍ଲକ୍ରେ ୪ ଜିଲ୍ଲା ପରିଷଦ ଜୋନ୍, ୩୪ ଟି ଗ୍ରାମ ପଞ୍ଚାୟତ ଓ ୪୭୪ଟି ୱାର୍ଡରେ ଏକ ଲକ୍ଷ ୨୭ ହଜାର ୭୬୪ ଜଣ ଭୋଟର ମତଦାନ କରିବେ। ସେହିଭଳି ବଅଁରପାଳ ବ୍ଲକ୍ରେ ୪ଟି ଜିଲ୍ଲା ପରିଷଦ ଜୋନ୍, ୩୫ଟି ଗ୍ରାମ ପଞ୍ଚାୟତ, ୪୭୧ଟି ୱାର୍ଡରେ ଏକ ଲକ୍ଷ ୪୫ ହଜାର ୪ ଜଣ ଭୋଟର ମତଦାନକରିବେ। ଫେବୃଆରୀ ୧୮ ତାରିଖରେ ଛେଣ୍ଡପଦା ଓ କଣିହାଁ ବ୍ଲକ୍ରେ ଭୋଟ ଗ୍ରହଣ ହେବ। ସେଥି ମଧ୍ୟରୁ ଛେଣ୍ଡିପଦା ବ୍ଲକ୍ରେ ୪ଟି ଜିଲ୍ଲା ପରିଷଦ ଜୋନ୍, ୩୪ଟି ଗ୍ରାମ ପଞ୍ଚାୟତ, ୪୩୨ଟି ୱାଡରେ ଏକ ଲକ୍ଷ ୨୬ ହଜାର ୩୭୯ ଜଣ ଭୋଟର ସେମାନଙ୍କ ମତଦାନ କରିବେ। ସେହିଭଳି କଣିହାଁ ବ୍ଲକ୍ରେ ୩ଟି ଜିଲ୍ଲା ପରିଷଦ ଜୋନ୍, ୨୭ଟି ଗ୍ରାମ ପଞ୍ଚାୟତ ଓ ୩୭୩ଟି ୱାର୍ଡରେ ଏକ ଲକ୍ଷ ୧୨ ହଜାର ୭୧୭ ଜଣ ଭୋଟର ସୋମନଙ୍କ ମତଦାନ କରିବେ। ଫେବୃଆରୀ ୨୦ ତାରିଖରେ ଆଠମଲ୍ଲିକ ଓ ପାଲଲହଡ଼ା ବ୍ଲକ୍ରେ ଭୋଟ ଗ୍ରହଣ କରାଯିବ। ସେଥି ମଧ୍ୟରୁ ଆଠମଲ୍ଲିକ ବ୍ଲକ୍ରେ ୩ଟି ଜିଲ୍ଲା ପରିଷଦ ଜୋନ୍, ୨୪ଟି ଗ୍ରାମ ପଞ୍ଚାୟତ ଓ ୩୧୯ଟି ୱାର୍ଡରେ ୮୩ ହଜାର ୫୧୫ ଜଣ ଭୋଟର ସେମାନଙ୍କ ମତଦାନ କରିବେ। ସେହିଭଳି ପାଲଲହଡ଼ା ବ୍ଲକ୍ରେ ୩ଟି ଜିଲ୍ଲା ପରିଷଦ ଜୋନ୍, ୨୭ ଟି ଗ୍ରାମ ପଞ୍ଚାୟତ ଓ ୩୭୦ଟି ୱାର୍ଡର ୯୫ ହଜାର ୩୦୮ ଜଣ ଭୋଟର ସେମାନଙ୍କ ମତଦାନ କରିବେ। ଜିଲ୍ଲାର ୪ର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ଫେବୃଆରୀ ୨୨ ତାରିଖରେ କିଶୋରନଗର ଓ ତାଳଚେର ବ୍ଲକ୍ରେ ଭୋଟ ଗ୍ରହଣ ହେବ। ସେଥିମଧ୍ୟରୁ କିଶୋରନଗର ବ୍ଲକ୍ରେ ୩ଟି ଜିଲ୍ଲା ପରିଷଦ ଜୋନ୍, ୨୩ଟି ଗ୍ରାମ ପଞ୍ଚାୟତ ଓ ୨୮୪ଟି ୱାର୍ଡରେ ୮୩ ହଜାର ୧୫୪ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ସେହିଭଳି ତାଳଚେର ବ୍ଲକ୍ର ୪ଟି ଜିଲ୍ଲା ପରିଷଦ ଜୋନ୍, ୨୧ଟି ଗ୍ରାମ ପଞ୍ଚାୟତ ଓ ୩୦୫ଟି ୱାର୍ଡର ଏକ ଲକ୍ଷ ୧୨ ହଜାର ୭୩୨ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି।