ଘଟଣା ଓ ଦୁର୍ଘଟଣା

ଘର କାନ୍ଥ ପଡ଼ି ପରିବାରର ୩ ଗୁରୁତର

By Swagatika Samantray

September 12, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାମିମୁଣ୍ଡା ଗାଁରେ ମାଟି ଘର କାନ୍ଥ ପଡ଼ି ସୋମବାର ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଯେ, ସୋମବାର ଅପରାହ୍ନରେ ଶ୍ରୀକାନ୍ତ ବେହେରାଙ୍କ ଦୁଇ ଝିଅ ଓ ଏକମାତ୍ର ପୁଅ ଘରେ ଶୋଇଥିଲେ। ଭୋର ସମୟରେ ମାଟି କାନ୍ଥ ଖସି ପଡ଼ିଥିଲା। ଫଳରେ ଶ୍ରୀକାନ୍ତ ବେହେରାଙ୍କ ପୁଅ ଶ୍ରୀତମ ବେହେରା, ଝିଅ ଦୀପା ବେହେରା ଓ ଲିପିସ୍ମିତା ବେହେରା ଆହତ ହୋଇଥିଲେ। ସେମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥ ସ୍ଥିର ରହିଛି। ଲଘୁଚାପ ଜନିତ ବର୍ଷାରେ ଘରର କାନ୍ଥ ଓଦା ହୋଇ ରହିଥିଲା। ତେଣୁ କାନ୍ତ ପଡ଼ି ଯାଇଥିବା ଆଶଂଙ୍କା କରାଯାଉଛି।