ଘଟଣା ଓ ଦୁର୍ଘଟଣା

ନଳକୂପକୁ ପାଣି ପାଇଁ ଯାଉଥିଲେ, କାନ୍ଥ ପଡ଼ିଯିବାରୁ ବୃଦ୍ଧାଙ୍କ ମୃତ୍ୟୁ

By Angul TV Bureau

August 24, 2025

ଅନୁଗୁଳ: ନଳକୂପକୁ ପାଣି ପାଇଁ ଯାଉଥିବା ବେଳେ କାନ୍ଥ ପଡ଼ିଯିବାରୁ ବୃଦ୍ଧାଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନକେରଜାଙ୍ଗ, ଡାବରଧୂଆଁ ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଡାବରଧୁଆଁ ଗ୍ରାମର କରୁଣା ମହାଳିକଙ୍କ ସ୍ତ୍ରୀ ପ୍ରମିଳା ମହାଳିକ (୬୦)।

ସୂଚନା ଅନୁସାରେ, ଲଘୁଚାପଜନିତ ଲଗାଣ ବର୍ଷାରେ ଗ୍ରାମର ବ୍ରଜ ମୋହନ ଦେବତାଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ସେହି ବାଟ ଦେଇ ପ୍ରମିଳା ନଳକୂପକୁ ପାଣି ପାଇଁ ଯାଉଥିବା ବେଳେ ତାଙ୍କ ଉପରେ କାନ୍ଥ ମାଡ଼ି ବସିଥିଲା। ପରିବାର ଲୋକ ଦେଖି ସଙ୍ଗେ ସଙ୍ଗେ ପ୍ରମିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରମିଳାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାବେଳେ ଅବସ୍ଥା ସଂକଟାପନ୍ନ ରହିଥିଲା। ତେବେ କଟକ ନେବା ପାଇଁ ପ୍ରସ୍ତୁତି ବେଳେ ତାଙ୍କର ମୃତ୍ୟୁ ହୋଇଛି।