ଅନ୍ୟାନ୍ୟ

୧୧ ନମ୍ବର ୱାର୍ଡ ବାସିଙ୍କ ପୌର କାର୍ଯ୍ୟାଳୟ ଆଗରେ ଧାରଣା

By Swagatika Samantray

July 01, 2022

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଉଚ୍ଛେଦକୁ ବିରୋଧକରି ୨୨ଟି ପରିବାରର ସଦସ୍ୟମାନେ ଗୁରୁବାର ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ୱାର୍ଡ ବାସିଙ୍କ ଅଭିଯୋଗ ଅନୁସାରେ ବୁଧବାର ଜିଲ୍ଲା ପ୍ରଶାସନ ତରଫରୁ ବସ୍ତୀକୁ ଉଛେଦ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି। ଗୋଟିଏ ଦିନ ମଧ୍ୟରେ ଏହି ସ୍ଥାନକୁ ଛାଡ଼ି ଚାଲିଯିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ତୀରେ ୩୫ ବର୍ଷରୁ ଊର୍ଦ୍ଧ୍ବ ୨୨ଟି ପରିବାର ରହୁଛନ୍ତି। ଏବେ କୁଆଡେ ଯିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।, ଥାଇଥାନ କରିବାକୁ ସେମାନେ ଦାବି କରିଛନ୍ତି। ପୌରାଧ୍ୟକ୍ଷଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ବସ୍ତିବାସିନ୍ଦା।