ଅନ୍ୟାନ୍ୟ

ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଲାଗି ଚାଷୀଙ୍କ ଦାବି

By Angul TV Bureau

December 26, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁରୁଡ଼ୋଲ ପଞ୍ଚାୟତର ନୂଆପଡ଼ା ଶିବ ମନ୍ଦିରରେ ଚାଷୀ ସୁରକ୍ଷା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସହ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ୯୨ ଟି ଗ୍ରାମର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଅନୁଷ୍ଠିତ ଏହି ସଭାରେ ବହୁ ଚାଷୀ ଉପସ୍ଥିତ ଥିଲେ। ତୁରନ୍ତ ତାଙ୍କୁ ପଟ୍ଟା ପ୍ରଦାନ ନ କରାଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।